ପୁରୀରେ ବନ୍ୟା ସ୍ଥିତି: ଦୟା, ଦେବୀ ଓ ଭାର୍ଗବୀ ନଦୀର ଜଳସ୍ତର ବଢ଼ୁଛି

ALN NEWS DESK
ALN NEWS DESK
Updated : Aug 1, 2026, 05:41 AM IST
2 min read
  • linkedin
  • twitter
  • facebook
  • instagram
  • whatsapp

ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଦୟା, ଦେବୀ ଓ ଭାର୍ଗବୀ ନଦୀର ଜଳସ୍ତର ବଢ଼ୁଥିବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ପୁରୀ: ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଦୟା, ଦେବୀ ଓ ଭାର୍ଗବୀ ଭଳି ତିନି ବଡ଼ବଡ଼ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଥିବା ବେଳେ ଏହାର ଶାଖାନଦୀଗୁଡ଼ିକ ଫୁଲିବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ ପାଣି କୂଳ ଲଂଘିବା ସ୍ଥିତିରେ ରହିଥିବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି। କ୍ରମାଗତ ଭାବରେ ଜଳସ୍ତର ବଢ଼ିବାରେ ଲାଗିଥିବାରୁ ତଳିଆ ଅଞ୍ଚଳରେ ରହୁଥିବା ବାସିନ୍ଦା ସୁରକ୍ଷିତ ଜାଗାକୁ ଚାଲିଯିବା ପାଇଁ ଚୁଡ଼ା, ଚାଉଳ ବାନ୍ଧିବା ଆରମ୍ଭ କରିଛନ୍ତି।

ବନ୍ୟା ସ୍ଥିତି ଏହାର ଗମ୍ଭୀରତାକୁ ବୃଦ୍ଧି କରିଛି, ଯାହା ସ୍ଥାନୀୟ ଜନତାଙ୍କ ଜୀବନରେ ପ୍ରଭାବ ପକାଇଛି। ବନ୍ୟା ଦ୍ୱାରା ଗ୍ରାମ ଓ ଶହରରେ ଯାତାୟାତ ବିକଳ୍ପ ବିକଳ୍ପ ହେବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ପ୍ରଶାସନ ବନ୍ୟା ପ୍ରଭାବରେ ନିଜର କାର୍ଯ୍ୟକ୍ଷେତ୍ରରେ ଆବଶ୍ୟକ ଉପାୟ ଗ୍ରହଣ କରିଛି, ଯାହା ନିଶ୍ଚିତ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କର ସୁରକ୍ଷା ବଢାଇବା ଓ ସହାୟତା କରିବାକୁ ଲକ୍ଷ୍ୟ ରଖିଛି।

ଚାଷଜମିରେ ବନ୍ୟାଜଳ ମାଡ଼ି ଯାଇଥିବା ବେଳେ ତଳିଆ ଅଞ୍ଚଳରେ ଥିବା ସ୍କୁଲ୍‌ ଓ ମନ୍ଦିର ପାଣିଘେରରେ ରହିଛି। କଣାସରେ ୩ଟି ସ୍କୁଲ୍‌ରେ ପାଣି ସହ ସାପ ପଶି ଆସିବାରୁ ଶିକ୍ଷକମାନେ ଭୟଭୀତ ହୋଇ ପଡ଼ିଥିଲେ। ବନ୍ୟା ସ୍ଥିତି ଦେଖି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ନିମାପଡ଼ାରେ ଶହଶହ ଏକର ଚାଷଜମିରେ ବନ୍ୟାପାଣି ଲହଡ଼ି ଖେଳୁଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରାଣୀଧନ। ବନ୍ୟା ପ୍ରଭାବରେ ଗାଈଗୋରୁ, ମଇଁଷି ରାସ୍ତା ଉପରକୁ ଆସିଯାଇଛନ୍ତି। ପ୍ରାୟ ୧୦ ହଜାର ପ୍ରାଣୀଧନ ପ୍ରଭାବିତ ହୋଇଥିବା ପ୍ରଶାସନ ଆକଳନ କରିଛି।

୧୦ ହଜାର ପ୍ରାଣୀଧନ ବିପଦରେ
କଣାସରେ ୩ ସ୍କୁଲ ବନ୍ଦ

ଦେବୀ ନଦୀର ଜଳସ୍ତର ହଠାତ୍‌ ବଢ଼ିଯିବାରୁ ଅସ୍ତରଙ୍ଗ ବ୍ଲକ୍‌ର ତାଳଦା ଟାପୁରେ ଫସିଥିବା ୧୦୦ରୁ ଅଧିକ ମଇଁଷି ସହ ୧୨ ଜଗୁଆଳିଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। କଣାସରେ ଶହଶହ ଗାଈଗୋରୁ ନଈପଠାରୁ ଉଠିଆସି ରାସ୍ତା ଓ ନଈବନ୍ଧରେ ଆଶ୍ରୟ ନେଇଛନ୍ତି। ଗୁହାଳ ଭାଙ୍ଗି ଯାଇଥିବାରୁ ଶହଶହ ଗାଈ ବାସହରା ହୋଇଛନ୍ତି। କଣାସର ତ୍ରିଲୋଚନପୁରଠାରେ ଘଳିଆ ପଡ଼ିଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ପୁରୀ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପିପିଲିରେ ଦୟାନଦୀର ବିପଦ ସଙ୍କେତ ୧୦.୨୫ ମିଟର ଥିବା ବେଳେ ଏବେ ୧୦.୭୪ରେ ପହଞ୍ଚିଛି। ଜଳସ୍ତର ବଢ଼ୁଥିବାରୁ ରାତି ସୁଦ୍ଧା ସ୍ଥିତି ସଙ୍ଗିନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। କଣ୍ଟି କାଜ ନିକଟରେ ପାଣିର ସୁଅ ଭୟଙ୍କର ସ୍ଥିତିରେ ରହିଛି। ନିମାପଡ଼ା ବଳଙ୍ଗାରେ ଭାର୍ଗବୀ ନଦୀରେ ବିପଦ ସଙ୍କେତ ୧୦.୪୧ ମିଟର ରହିଥିବା ବେଳେ ଏବେ ଜଳସ୍ତର ୧୧.୪୦ ମିଟର ରହିଛି। ଧନୁଆ ଫୁଲୁଥିବାରୁ ୯ ପଞ୍ଚାୟତବାସୀ ପ୍ରମାଦ ଗଣୁଛନ୍ତି। ଦେବୀ ନଦୀର ସବୁଠାରୁ ସମ୍ବେଦନଶୀଳ କୁହାଯାଉଥିବା ଅସ୍ତରଙ୍ଗର ବାଉରିଆକଣଠାରେ ବିପଦସଙ୍କେତ ୪.୯୩ ମିଟର ରହିଥିବା ବେଳେ ଏବେ ଜଳସ୍ତର ୫.୨୫ ମିଟର ରହିଛି।

ସ୍ଥାନୀୟ ବାସିନ୍ଦାଙ୍କ ସହ ପ୍ରଶାସନ ମଧ୍ୟ ବନ୍ଧକୁ ଜଗି ବସିଛନ୍ତି। ବିପଦ ବଢ଼ିଲେ ଲୋକମାନେ ବନ୍ଧ ହାଣିଦେଉଥିବାରୁ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସମଗ୍ର ସ୍ଥିତି ଉପରେ ପ୍ରଶାସନ କଡ଼ା ନଜର ରଖିଥିବା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ଖାଲୁଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯିବା ସହ ବ୍ଲକ୍‌ସ୍ତର‌ରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାମ କରୁଥିବା ସେ କହିଛନ୍ତି।

Get More Updates

To learn more about the latest developments in Crime & Law, stay updated with our exclusive reports and analyses on AiLensNews.

Related News