ଲଗାଣ ବର୍ଷା ପରେ ମହାନଦୀର ଜଳସ୍ତର ବୃଦ୍ଧି, କୁଆଖାଇ, କୁଶଭଦ୍ରା ଓ ଦୟାରେ ବନ୍ୟାଜଳ ପ୍ରବାହିତ। ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତି।
ନୂତନ ଦିଲ୍ଲୀ, ଭାରତ ଅଗଷ୍ଟ 1, 2026 ALN: ଭୁବନେଶ୍ବର: ଲଗାଣ ବର୍ଷା ପରେ ଉପରମୁଣ୍ଡର ବନ୍ୟାଜଳ ତଳିଆ ଅଞ୍ଚଳକୁ ବୁଡ଼ାଇବାରେ ଲାଗିଛି। ମହାନଦୀର ଜଳସ୍ତର ବୃଦ୍ଧି ପରେ ଏହାର ଶାଖା ନଦୀ କୁଆଖାଇ, କୁଶଭଦ୍ରା ଓ ଦୟାର ଜଳସ୍ତର ବଢ଼ିଛି। କିନ୍ତୁ ତିନିନଦୀର ଜଳସ୍ତର ବିପଦସଂକେତ ତଳେ ରହିଛି। ସର୍ବାଧିକ ବନ୍ୟାଜଳ ଦୟା ଦେଇ ପ୍ରବାହିତ ହେଉଛି। ଆଜି ଅପରାହ୍ଣ ସୁଦ୍ଧା କୁଆଖାଇ ଓ କୁଶଭଦ୍ରାରେ ବିପଦସଂକେତର ୨ ଫୁଟ ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ଦୟାନଦୀରେ ବିପଦସଂକେତର ଦେଢ଼ ଫୁଟ ତଳେ ବନ୍ୟାଜଳ ପ୍ରବାହିତ ହେଉଛି।
Neglect:କାମରେ ଆସୁନି କୋଟିଏ ଟଙ୍କାର ଗୋଶାଳା, ରାଜପଥରେ ଗାଈଗୋରୁ
ଉପରମୁଣ୍ଡର ବନ୍ୟାଜଳ ଅପେକ୍ଷା ଏବେ ପଛୁଆ ବନ୍ୟାଜଳ ନଦୀକୂଳିଆ ଅଞ୍ଚଳବାସୀଙ୍କ ଚିନ୍ତାବଢ଼ାଇଛି। ପୂର୍ଣ୍ଣିମା ପରବର୍ତ୍ତୀ ସମୟରେ, ସମୁଦ୍ରର ଉଚ୍ଚ ଜୁଆର କାରଣରୁ ବନ୍ୟାଜଳ ଚିଲିକା ଦେଇ ସମୁଦ୍ରକୁ ନିଷ୍କାସିତ ହୋଇପାରୁନି। ଯେତିକି ବନ୍ୟାଜଳ ଆସୁଛି, ସେତିକି ପରିମାଣରେ ସମୁଦ୍ରକୁ ଯାଉନି। ଏହି ବନ୍ୟାଜଳ ନିଷ୍କାସନ ହୋଇ ନପାରିବା କାରଣରୁ ପଛୁଆ ପାଣି ବଢ଼ିବାରେ ଲାଗିଛି। ମହାନଦୀର ବନ୍ୟାଜଳ କୁଆଖାଇ, ଦୟା ଦେଇ ପ୍ରବାହିତ ହୋଇ ଚିଲିକାରେ ମିଶିବା ପରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ର ବଡ଼ଗୋଠ ଦେଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ଖୋର୍ଦ୍ଧା ଜିଲ୍ଲା ମଲାଗୁଣିଠାରେ ବି ବନ୍ୟାଜଳ ଚିଲିକାକୁ ନିଷ୍କାସିତ ହୋଇଥାଏ। କୁଶଭଦ୍ରା ଜଳ ପୁରୀ ଜିଲ୍ଲାର ନିମାପଡ଼ା, ଗୋପ ଦେଇ ଲିଆଖିଆଠାରେ ସମୁଦ୍ରରେ ମିଶିଛି। ଏହି ବାଟ ଦେଇ କୁଶଭଦ୍ରା ଜଳ ନିଷ୍କାସିତ ହୋଇଥାଏ। କିନ୍ତୁ ପୂର୍ଣ୍ଣିମା କାରଣରୁ ଏବେ ବି ସମୁଦ୍ରରେ ଉଚ୍ଚ ଜୁଆର ଲାଗି ରହିଛି। ଏଣୁ ତଳମୁଣ୍ଡରେ ବନ୍ୟାଜଳ ନିଷ୍କାସନ ହୋଇ ନପାରି ନଦୀର ଜଳସ୍ତର ବଢ଼ାଉଛି।
ବନ୍ୟାଜଳ କାରଣରୁ କୁଆଖାଇ, କୁଶଭଦ୍ରା ଓ ଦୟା କୂଳବର୍ତ୍ତୀ ଅଞ୍ଚଳର ଚାଷବାସ ଗୁରୁତର ପ୍ରଭାବିତ ହୋଇଛି। ବିଶେଷ କରି ପନିପରିବା ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତି। ଚାଷୀମାନେ ଏକର ଏକର ଜମିରେ ପୋଟଳ, କଲରା, ଜହ୍ନି, ଭେଣ୍ଡି, ବାଇଗଣ ଆଦି ଚାଷ କରିଥିଲେ। ସବୁକିଛି ବନ୍ୟାଜଳରେ ବୁଡ଼ିଯାଇଛି। ବାଲିଅନ୍ତା, ବାଳକାଟିର ତଳିଆ ଅଞ୍ଚଳର କିଛି ଗାଁରେ ବି ପାଣି ପଶିଛି।
Bank: ଭୁବନେଶ୍ବରରେ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବ ଇଣ୍ଡିଆ ଏକ୍ଜିମ୍ ବ୍ୟାଙ୍କ
ଶେଷଥର ୨୦୧୧ ମସିହାରେ ବଡ଼ ବନ୍ୟା ଦେଖାଦେଇଥିଲା। ସେ ସମୟରେ ସର୍ବାଧିକ ବନ୍ୟାଜଳ କୁଆଖାଇ, କୁଶଭଦ୍ରା ଓ ଦୟାରେ ପ୍ରବାହିତ ହୋଇଥିଲା। ଏହାପରଠାରୁ କେବେ ବି ବନ୍ୟାଜଳ ଏହି ସ୍ତର ଛୁଇଁନି। ପ୍ରାଚୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଇଂ. କଲ୍ୟାଣ ମିଶ୍ର କହିଛନ୍ତି, କୁଆଖାଇ, ଦୟା ଓ କୁଶଭଦ୍ରାରେ ବନ୍ୟାଜଳ ୯ଲକ୍ଷ କୁସେକ୍ ଡେଇଁଲେ ବିପଦ। କିନ୍ତୁ ଆଜି ଅପରାହ୍ଣ ସୁଦ୍ଧା ୮ଲକ୍ଷ ୨୮ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ବର୍ତ୍ତମାନ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ୧୬ ନମ୍ବର ଜାତୀୟ ରାଜପଥଠାରୁ ୫.୮୦ କିଲୋମିଟର ଦୂର ପ୍ରତାପନଗରଠାରେ କୁଆଖାଇ ବିପଦସଂକେତ ଜଳସ୍ତର ୨୧.୫୫ ମିଟର ଥିବାବେଳେ ଆଜି ଅପରାହ୍ଣ ୩ଟା ସୁଦ୍ଧା ଏଠାରେ ୧୯.୮୧ ମିଟର ଜଳ ପ୍ରବାହିତ ହେଉଛି। ସେହିଭଳି ଦୟାରେ ସାମନ୍ତରାପୁରଠାରେ ବିପଦସଂକେତ ୧୬.୪୦ ମିଟର ଥିବାବେଳେ ୧୫.୨ ମିଟର ଜଳ ପ୍ରବାହିତ ହେଉଛି। କୁଶଭଦ୍ରାରେ ବିପଦସଂକେତ ଜଳସ୍ତର ୧୮.୨୫ ମିଟର ହୋଇଥିବାବେଳେ ୧୬.୩ ମିଟର ଜଳ ପ୍ରବାହିତ ହେଉଛି। ଇଂ. ମିଶ୍ର କହିଛନ୍ତି, ଏବେ ହାତୀ ନଦୀର ଜଳ ପ୍ରବାହିତ ହେଉଛି। ହୀରାକୁଦ ଜଳ ଆସିବାକୁ ଆହୁରି ୩୬ରୁ ୪୮ ଘଣ୍ଟା ଲାଗିଯିବ। ସେତେବେଳକୁ ପଛୁଆ ଜଳ କମିଯାଇଥିବ ଓ ଜଳସ୍ତର ଆହୁରି ତଳକୁ ଖସି ଯାଇଥିବ। ଏଣୁ ନଦୀକୂଳିଆ ଅଞ୍ଚଳ ପାଇଁ ସେଭଳି କିଛି ବିପଦ ନାହିଁ ବୋଲି ସେ କହିଛନ୍ତି। ସହକାରୀ ଯନ୍ତ୍ରୀ ଇଂ. ବସନ୍ତ ସାହୁ କହିଛନ୍ତି, ଦୟାରେ ଜଳସ୍ତର ବିପଦସଂକେତ ତଳେ ରହିଛି, କିନ୍ତୁ ପାଣି ନିଷ୍କାସନ ବଡ଼ ସମସ୍ୟା ହୋଇଛି। ଧୀରେ ଧୀରେ ଜଳ ନିଷ୍କାସିତ ହେଉଛି। ତଥାପି ହୀରାକୁଦ ଜଳ ଆସିଲା ବେଳକୁ ସ୍ଥିତି ସ୍ବାଭାବିକ ହୋଇଯାଇଥିବ ବୋଲି ଇଂ. ସାହୁ କହିଛନ୍ତି।
To learn more about the latest developments in Crime & Law, stay updated with our exclusive reports and analyses on AiLensNews.