• Home
  • Education
  • Education News
  • କେଜିରୁ ପିଜି: ମାଗଣା ଶିକ୍ଷା ବିବାଦ ଓ ଅତିଥି ଅଧ୍ୟାପକ ନିଯୁକ୍ତି

କେଜିରୁ ପିଜି: ମାଗଣା ଶିକ୍ଷା ବିବାଦ ଓ ଅତିଥି ଅଧ୍ୟାପକ ନିଯୁକ୍ତି

ALN NEWS DESK
ALN NEWS DESK
Updated : Jul 13, 2026, 06:09 AM IST
3 min read
  • linkedin
  • twitter
  • facebook
  • instagram
  • whatsapp

ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟାପକ ନାହାନ୍ତି, ମାଗଣା ଶିକ୍ଷା ଗାଇଡ୍‌ଲାଇନ୍‌ ଅସ୍ପଷ୍ଟ।

ଭୁବନେଶ୍ବର: ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ବାଦଶ ଶ୍ରେଣୀ ପାଠପଢ଼ା ହେଲାଣି। ମାତ୍ର ପଢ଼ାଇବାକୁ ଅଧ୍ୟାପକ ନାହାନ୍ତି। କେଉଁଠି ଦୁଇ ଜଣ ତ ଆଉ କେଉଁଠି ତିନିଜଣରେ ପାଠପଢ଼ା ଚାଲିଛି। ଜୁଲାଇ ୨୩ରୁ ନୂଆ କରି ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ପିଲାଙ୍କ ପାଠପଢ଼ା ହେବାକୁ ଯାଉଛି। ହାତରେ ଆଉ ୧୦ ଦିନ ରହିଥିଲେ ମଧ୍ୟ ଅତିଥି ଅଧ୍ୟାପକ ନିଯୁକ୍ତ ହୋଇପାରି ନାହାନ୍ତି। ମାସକ ତଳକୁ ନିଯୁକ୍ତି ପ୍ରକ୍ରିୟା ହୋଇଥିଲେ ମଧ୍ୟ ଫାଇଲ୍‌ରେ ଚୂଡ଼ାନ୍ତ ମୋହର ବାଜିପାରୁ ନାହିଁ। ସାକ୍ଷାତକାର ସାରି କର୍ତ୍ତୃପକ୍ଷ ତାଲିକା ଧରି ବସିଥିଲେ ମଧ୍ୟ ନିଯୁକ୍ତି ଦେଇପାରୁ ନାହାନ୍ତି। କାରଣ ଦରମା ଦେବାକୁ ବିଦ୍ୟାଳୟ ପାଖରେ ପଇସା ନାହିଁ। ଯେଉଁଦିନ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ ସେବେଠାରୁ ସେମାନଙ୍କ ଚାକିରି ଗଣନା କରାଯିବା ସହ ଦରମା ଦେବାକୁ ହେବ। ତେଣୁ ବିଦ୍ୟାଳୟଗୁଡ଼ିକ ନିଯୁକ୍ତିପତ୍ର ଦେଇପାରୁ ନାହାନ୍ତି। କେବଳ ସେତିକି ନୁହେଁ, ଯେଉଁ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଥିଲେ ସେମାନଙ୍କୁ କିଭଳି ଦରମା ଦିଆଯିବ ସେନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।

Foreign Tour: ତିନି ଦେଶ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ

ଦରମା ଦେବାକୁ ଶିକ୍ଷାନୁଷ୍ଠାନରେ ଅର୍ଥ ନାହିଁ
କେବେ ଆସିବ ମାଗଣା ଶିକ୍ଷା ଗାଇଡ୍‌ଲାଇନ୍‌
ଅନୁଦାନପ୍ରାପ୍ତ ବିଦ୍ୟାଳୟ ସରକାରୀକରଣ ହେଉ: ଓଷ୍ଟା

‘କେଜିରୁ ପିଜି ମାଗଣା ଶିକ୍ଷା’ ଯୋଜନା ଲାଗୁ ପରେ ସାରା ରାଜ୍ୟରେ ଏବେ ଏଭଳି ସ୍ଥିତି ଉପୁଜିଛି। ଗଣଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ପ୍ରଥମ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ କରାଯାଇ ଜୁନ୍‌ ୧୫ ସୁଦ୍ଧା ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା କରିବାକୁ କୁହାଯାଇଥିଲା। ମାଗଣା ଶିକ୍ଷା ନେଇ ଗାଇଡ୍‌ଲାଇନ୍‌ ଆସୁ ନଥିବାରୁ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ୩ କଲେଜ କର୍ତ୍ତୃପକ୍ଷ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ୬୬୨ ବର୍ଗ ଯୁକ୍ତ୨ ଓ ଯୁକ୍ତ୩ କଲେଜ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି ଯେ ଏସ୍‌ଓପି ଆସିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। କେବେ ଆସିବ ସେନେଇ ସ୍ପଷ୍ଟ କରିବା ଆବଶ୍ୟକ। ବିଭାଗ ପକ୍ଷରୁ କୁହାଯାଉଛି ଯେ କଲେଜ ପାଖରେ ଯେଉଁ ୫୦ ଲକ୍ଷ ଟଙ୍କା ରହିଛି ତାହାକୁ ଖର୍ଚ୍ଚ କରନ୍ତୁ। ତେବେ କେଉଁ କଲେଜରେ ୫୦ ଲକ୍ଷ ଟଙ୍କା ରହିଛି ତାହା ସ୍ପଷ୍ଟ କରିବା ଆବଶ୍ୟକ। କଲେଜ ପାଖରେ ଅତିବେଶିରେ ୫ରୁ ୧୦ ଲକ୍ଷ ଟଙ୍କା ଥାଇପାରେ। କୌଣସି କଲେଜ ଆକାଉଣ୍ଟରେ ଏହାଠାରୁ ଅଧିକ ଟଙ୍କା ନ ଥିବ। କାରଣ ବର୍ଷକରେ ଯେତିକି ପଇସା ହୁଏ ତାହାକୁ ସେହି ବର୍ଷରେ ହିଁ ଖର୍ଚ୍ଚ କରାଯାଇଥାଏ। ଠିକ୍‌ ଭାବେ ନ ବୁଝି କଲେଜରେ ପଇସା ଥିବା କଥା କହିବା ଦୁଃଖଦାୟକ। ପର୍ଯ୍ୟାୟକ୍ରମେ ଟଙ୍କା ଦେବା ବଦଳରେ ଏକକାଳୀନ ସମସ୍ତ ଅର୍ଥ କଲେଜକୁ ଦିଆଯାଉ। ଯଦି ମାସକୁ ମାସ କିମ୍ବା ୩ ମାସରେ ଥରେ ପଇସା ଦେବେ ତାହା ହେଲେ କଲେଜ ଚାଲିବାରେ ଅସୁବିଧା ସୃଷ୍ଟି ହେବ ବୋଲି ସେ କହିଛନ୍ତି।

Horoscope 2026 July 07: ଜାଣନ୍ତୁ ଆଜିର ରାଶିଫଳ

ମାଗଣା ଶିକ୍ଷା ନିଷ୍ପତ୍ତିକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସ୍ୱାଗତ କରିଥିଲେ ମଧ୍ୟ ସମସ୍ତ ବିଦ୍ୟାଳୟକୁ ସରକାରୀକରଣ କରିବାକୁ ଦାବି ଉଠିଛି। ସଂଘ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଯେ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ କିଭଳି ଚାଲିବ ସେଦିଗରେ ସରକାର କେତେଦୂର ଚିନ୍ତା କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେତେବେଳେ ସରକାରୀ ବିଦ୍ୟାଳୟକୁ କଣ୍ଟିଜେନ୍ସି ଫଣ୍ଡ୍‌, ବିଭିନ୍ନ କାର୍ଯ୍ୟକ୍ରମରେ ଆର୍ଥିକ ପ୍ରୋତ୍ସାହନ, ବିଦ୍ୟୁତ୍‌ ବିଲ୍‌ ଆଦି ପ୍ରଦାନ କରୁଛନ୍ତି, ସେତେବେଳ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ଟଙ୍କାଟିଏ ଦିଆଯାଉ ନାହିଁ। ରାଜ୍ୟ ସରକାର ସରକାରୀ ବିଦ୍ୟାଳୟଗୁଡ଼ିକୁ ଯେଉଁଭଳି ସୁବିଧା ଯୋଗାଉଛନ୍ତି ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସେଭଳି ସୁବିଧା ଯୋଗାଇବା ଆବଶ୍ୟକ। ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପଦବିରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି, ସମସ୍ତ ପିଲାଙ୍କୁ ସମାନ ଭାବରେ ସୁବିଧା ସୁଯୋଗ ପ୍ରଦାନ କରାଗଲେ କେଜିରୁ ପିଜି ସ୍ଲୋଗାନ ସଫଳ ହୋଇପାରିବ। ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ୩ହଜାର ବିଦ୍ୟାଳୟକୁ ଏକକାଳୀନ ସରକାରୀକରଣ କରାଯାଇଥିଲା। ବର୍ତ୍ତମାନର ଡବଲ୍‌ ଇଞ୍ଜିନ୍‌ ସରକାର ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ କରିବା ଦିଗରେ ଐତିହାସିକ ପଦକ୍ଷେପ ଗ୍ରହଣ କରନ୍ତୁ।

Get More Updates

To learn more about the latest developments in Education News, stay updated with our exclusive reports and analyses on AiLensNews.

Related News